Jump to ratings and reviews
Rate this book

ଶବବାହକମାନେ

Rate this book
1968 State award for best play.

88 pages, Paperback

Published January 1, 1980

Loading...
Loading...

About the author

Bijay Mishra

3 books1 follower
Bijay Mishra (Odia: ବିଜୟ ମିଶ୍ର,16 July 1936 – 26 April 2020) was a dramatist, lyricist and screenwriter from India. He was also a mainstream script writer in Odia Cinema & TV Industry. He was a recipient of the State Sahitya Academy Award (1968, 1988), Konark Samman (1994)[citation needed] as well as the Kendra Sangeet Natak Akademi Award and the Odisha Sahitya Akademi Award

Ratings & Reviews

What do you think?
Rate this book

Friends & Following

Create a free account to discover what your friends think of this book!

Community Reviews

5 stars
0 (0%)
4 stars
2 (40%)
3 stars
2 (40%)
2 stars
0 (0%)
1 star
1 (20%)
Displaying 1 - 2 of 2 reviews
Profile Image for S.Ach.
702 reviews208 followers
December 22, 2021
ବାହାରୁ ଦେଖିଲେ ସେଇଟା ଯେ ଗୋଟେ ବହି ଦୋକାନ ତାହା ଜଣ ଯାଉ ନଥିଲା। ଶ୍ରୀହୀନ ଜୀର୍ଣ୍ଣଶୀର୍ଣ୍ଣ। ଭଙ୍ଗା ଅଲମାରୀରେ କେତେଟା ପୁରୁଣା ବହି ସବୁ ଥିଲା। ଖବରକାଗଜ ପଢ଼ୁଥିବା ବୃଦ୍ଧଙ୍କୁ ପଚାରିଲି, "କାଁହୁଚରଣଙ୍କ ବହି କ'ଣ ଆପଣଙ୍କ ପାଖରେ ମିଳେ?" ସତେ ଯେମିତି ମୁହଁ ରେ ଫୁଟି ଉଠିଲା ଏକ ଓଲ୍ଲହାସ, ହଜି ଯାଇଥିବା ପୁରୁଣା ପାଠକ ଜଣଙ୍କୁ ପାଇ। "କାଁହୁଚରଣଙ୍କ ବହି ନେବେ?ଏଇ ଦେଖୁନାହାନ୍ତି କେତେ ବହି, କୋଉଟା ନେବେ?" ବାହାର କଲେ ସେ ଅଲମାରୀରୁ ୧୦-୧୨ଟା ବହି । ୨-୩ଟା ଛାଡିଦେଲେ, ସବୁ ବହି ଗୁଡାକ ର ବୋଧ ହୁଏ ଶେଷ ସଂସ୍କରଣ ହେଇଥିଲା ୨୦ ବର୍ଷ ପୂର୍ବରୁ। ୨-୩ ଟା ବହି select କଲା ପରେ ପଚାରିଲି, "ଆଉ କଣ ଅଛି?"
"ନାଟକ ପଢିବେ?"
"କାହାର ନାଟକ ସବୁ ଅଛି?"
"ନାଟକର ତ ଶ୍ରେଷ୍ଠ ହଉଛନ୍ତି ବିଜୟ ମିଶ୍ର। ପଢ଼ିଛନ୍ତି?"
"ନା"
"ଗୋଟେ ପଢନ୍ତୁ ଜାଣିବେ, କେତେ ଉଚ୍ଚକୋଟୀର playwright ସେ ଥିଲେ। ତାଙ୍କ ଭଳିଆ writer ପାଇବା ବିରଳ।"

ଧୂଳିର ଗୋଟେ ସମ୍ପୂର୍ଣ layer ପଡି ଯାଇଥିବା ଗୋଟେ ଚଟି ବହିଟେ ବାହାର କଲେ ବୃଦ୍ଧ ପ୍ରକାଶକ ଜଣକ।
ନାଟକର ନାଁ "ଶବବାହକମାନେ"। ୧୯୮୦ ର last edition. ଛୁଁଉ ଛୁଁଉ ଖଣ୍ଡ ଖଣ୍ଡ ହେଇଗଲା ବହିର ମଲାଟ ଟା।
Original ମୂଲ୍ୟ ୧ ଟଂକା ୫୦ ପଇସା। କଲମରେ ଦାମ ଉପରେ ଗୋଟେ କାଳି ବୋଳା ହେଇଛି। ଉପରେ ଲେଖା ହେଇଛି ମୂଲ୍ୟ ମାତ୍ର ୨୦ ଟଙ୍କା। ଗୋଟିଏ ଚା' cup ର ଦାମ ସହ ସମାନ।
"Sir , discount ବି ଅଛି ତା' ଉପରେ। ନିଅନ୍ତୁ ପଢିବେ , ବଢିଆ ଲାଗିବ।"
ମୋ ଠାରୁ ଟଙ୍କା ନେଇ ଯେତେବେଳେ ବୃଦ୍ଧ ଜଣକ ନିଜର drawer ଭିତରେ ରଖିଲେ, ମୁଁ ଲକ୍ଷ କଲି, ଯେ ଆଉ drawer ଭିତରେ ପଡିଛି ଦୁଇଟା ୫ ଟଙ୍କିଆ coin. ବାସ ସେତିକି।

୧୯୬୮ ମସିହାର ରାଜ୍ୟର ଶ୍ରେଷ୍ଠ ନାଟକ ରୂପେ ସଂଗୀତ ନାଟକ ଏକାଡେମୀ ଦ୍ୱାରା ପୁରସ୍କୃତ ନାଟକର ଅବସ୍ଥା ଏଇଆ।
ନାଟକର plot ଟା ଚମତ୍କାର।
ଅନ୍ଧାର ବର୍ଷା ରାତି। ପ୍ରେମୀ ଯୁଗଳ ଜଙ୍ଗଲ picnic କୁ ଆସି ବର୍ଷାରୁ ରକ୍ଷା ପାଇବା ପାଇଁ ଆଶ୍ରୟ ନେଇଛନ୍ତି ଗୋଟେ ନିଛାଟିଆ ଘରେ। ଘର ଭିତରେ ଆଉ ଜଣେ stranger ଆଗରୁ ଆସି ବସି ଥାଏ। ପହଞ୍ଚନ୍ତି ସେଠି ଆଉ ତିନି ଜଣ ଯୁବକ। ଏତେ unknown ପୁରୁଷଙ୍କ ଗହଣରେ ଅସ୍ବସ୍ତିକର ଅନୁଭବ କରନ୍ତି ନାରୀ ଜଣକ। ଅନ୍ଧାର ଘର ଭିତରେ ଖାଦ୍ୟ ଅନ୍ୱେଷଣ କରୁ କରୁ ସେମାନଙ୍କ ମଧ୍ୟରୁ ଜଣେ ପାଏ ଗୋଟେ ଶବ।ମୁର୍ଦାର ମୁଣ୍ଡ ଉପରେ ଗୋଟେ ନକ୍ସା। ବୋଧ ହୁଏ ପୋତା ଧନର। ଅନ୍ୟମାନଙ୍କୁ ଭାଗ ନ ଦେବା ପାଇଁ ଏକା ଏକା ଖୋଲି ଚାଲେ ସେ ପୋତଧନ ପାଇବା ଆଶାରେ। ଯେତେବେଳେ ନାରୀ ଜଣକ ସେ ପୋତା ଧନ ଏବଂ ତା'କୁ ଖୋଲୁଥିବା ଲୋକ ସଂସ୍ପର୍ଶରେ ଆସେ, ତତକ୍ଷଣାତ ନିଜର ମନ ପରିବର୍ତ୍ତନ କରି seduce କରେ ସେ ମାଟି ଖୋଲୁଥିବା ଲୋକକୁ, ଧନରେ ଭାଗୀ ହେବା ପାଇଁ। ପରେ ପରେ ଆରମ୍ଭ ହୁଏ ଏକ ପ୍ରତିଦ୍ବନ୍ଦିତା ସମସ୍ତଙ୍କ ମଧ୍ୟରେ ଧନ ଓ ନାରୀଙ୍କୁ ପାଇବା ପାଇଁ।
ରୋମାଞ୍ଚକର କାହାଣୀ। Theatre of Absurd genre ର ସାଙ୍ଘାତିକ ନିଦର୍ଶନ।

ପ୍ରକୃତରେ ବୃଦ୍ଧ ପ୍ରକାଶକଙ୍କ କଥା ସତ।
ଐଶ୍ୱର୍ଯ୍ୟ ଓ କାମନା ପଛରେ ବୃଥା ଦୌଡରେ ଦୌଡ଼ି ଥକି ଯାଉଥିବା ମଣିଷର ବିଡ଼ମ୍ବନାକୁ ଦର୍ଶାଉଥିବା ଏ ନାଟକଟି ବହୁତ thought provoking.

ମାଟିଆ ପଡ଼ିଯାଇଥିବା ଶେଷ ପୃଷ୍ଠାକୁ ଓଲଟେଇଲା ବେଳେ ଭାବିଲି, ବୋଧ ହୁଏ ଏ ପୃଥିବୀରେ ମୁଁ ହେଉଛି ଏହି ନାଟକର ଶେଷ ପାଠକ। ଏହି ନାଟକ ରୂପୀ ଶବର ଶେଷ ବାହକ।
Profile Image for Monika Sadhwani.
35 reviews1 follower
March 5, 2025
I had the pleasure of reading the English translation of this play, which I stumbled upon at the Bhubaneswar airport. The writing is exceptional, making it a truly captivating read. The book's coffee-table format only adds to its charm, making it a stunning addition to any collection.
Displaying 1 - 2 of 2 reviews